ସବୁ ସିଂହମାନେ All Lions
G
0
Altın Yaprak
ସବୁ ସିଂହମାନେ
ଶୃଗାଳ ହୋଇଗଲେଣି ଏବେ,
ଆଉ ସବୁ ବାଘମାନେ କୁକୁର।
ମଣିଷମାନେ ସବୁ ମାଈ,
ହଇହଲ୍ଲାରେ ବ୍ୟସ୍ତ
କିଂଚିତ କଥାକୁ ନେଇ।
ପୋଥିପୁରାଣ ସବୁ ଛାଡି
ହାଟରେ ବାଂଟୁଛନ୍ତି ବ୍ରହଜ୍ଞାନ
ଆଉ ନାଚୁଛନ୍ତି ତାକ୍ ଧେଇଧେଇ।
ଗଲେଣି ଭୁଲି
ଯେ ଯାହାର ବାଡିବୃତ୍ତି,
ଖାତିର ନାହିଁ କୀର୍ତିଅପକୀର୍ତି।
ମାୟାପ୍ରକୃତିରେ ଦିଗବାଗ ହରାଇ
ଅନ୍ଧାରରେ ଯିଏ ଯୋଉଠି।
Bu şiiri puanla
Henüz puan verilmemiş