ଖୋଜିବା ର ସେଇ କେତେ ଦିନ- 08(Khojiba Ra Sei Kete Dina/Odia Poem-08)
S
0
Altın Yaprak
ତୁମ ସହ
ଏକାତ୍ମ ହେବାର
ପୂର୍ବ ଲଗ୍ନ, ଏକାନ୍ତ ବେଳା ରେ-
ଲାଳସା ର ଏରୁଣ୍ଡି ବନ୍ଧ କୁ
କେବେ ବି ଡେଇଁ ନଥିବା
ରମ୍ୟ ଅଜଗର-
ଦେହାତୀତ ଅରଣ୍ୟ ର
ନି8ସଙ୍ଗ ଅନ୍ଧାରୁ
ଅଜାଣତେ ଚାଲି ଆସେ
କାମନା ର ରୂପା ଜରି
ଓଢଣୀ ଫାଙ୍କ ରୁ
ଲୁଚି ଲୁଚି ଦେଖିବା ର
ଅନୂଢା ଯୌବନ,
ଲଜ୍ଜାରୁଣ ଶୂନ୍ୟତା ର
ସବୁ ସନ୍ଧି ସ୍ଥଳ ।।
ଫିଟିଯାଏ ସବୁତକ
ଗୋପନ ଗୁମର,
ନଦୀ ଜଳ-
ନୀଳ ଶାଢୀ ଛାଡି
ତରବରେ ପିନ୍ଧି ନିଏ ଅନ୍ତର୍ବାସ
ଗୋଳିଆ ରଙ୍ଗ ର ।।
Bu şiiri puanla
Henüz puan verilmemiş