କଳା ଧଳା, Black White
G
0
Altın Yaprak
1.
କଳା ଉପରେ ବୋଳି ଦିଏ ଧଳା,
ଧଳା ଉପରେ ଦିଏ କାଟି ଲାଲ ଗାର।
ଲାଲ ଗାର ସ୍ପର୍ଶ କରୁଥାଏ
ନୀଳସାବଜା ଆକାଶ,
ଥାଏ ମେଘ ପଟା ପଟା ଦାଗ,
ଗନ୍ଧ ଥାଏ ସବୁରେ ମାଟିର।
2.
ସବୁ ମାୟା
ସମସ୍ତେ ବାୟା।
ମାୟାବୀ ସମସ୍ତେ
ବାୟା ମାୟାଫଳରେ।
ଅସ୍ତବ୍ୟସ୍ତ
ଜୀବନ ସବୁ।
ବ୍ୟାକୁଳ ଜୀବନ
ମାୟାମୟ ଡାକରେ।
ଫୁଲବେଳ
ଶାଗପଖାଳେ।
ଛପନ ଭୋଜନ
ଘାତକ ଅନ୍ଧାରରେ।
ଦେଖ ଦେଖ
ସେଲୁଟ ମାରେ।
ଦିନ ଯାଇ ରାତି
ଛୁଏଁ ଦେହ ନର୍କରେ।
ଗୀତ ଯାଏ
ଅନ୍ଧାର ଆଡେ।
ଆଶ୍ଚର୍ଯ୍ୟ ଆକାଶ
ଥାଇ କହେ ବାଃ ବାଃରେ।
Bu şiiri puanla
Henüz puan verilmemiş